ପୁଲିସ୍ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

0

ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ଗ୍ରାମରେ ମାଓବାଦୀମାନେ ପୁଲିସ୍ ସୂଚନାକର୍ତ୍ତା ସନ୍ଦେହରେ ଜଣଙ୍କୁ ହତ୍ୟାକରିଥିବା ସୂଚନା ମିଳିଛି । ଆଜି ସକାଳୁ କିଛି ମାଓବାଦୀ ଜଗଦୀଶ ଷୋମରଥ ନାମକ ଜଣେ ବ୍ୟକ୍ତିକୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ବୋଲି ମାଲକାନଗିରି ଏସପି ଜଗମୋହନ ମିନା ପ୍ରକାଶ କରିଛନ୍ତି। ପୁଲିସ୍ ସୂଚନାକର୍ତ୍ତା (ଇନଫର୍ମର) ସନ୍ଦେହରେ ଏହି ହତ୍ୟାକାଣ୍ଡ ଭିଆଯାଇଥିବା ସନ୍ଦେହ କରାଯାଉଛି ।

Leave A Reply