‘ମୁଁ ବି ଚୌକିଦାର’ ଅଭିଯାନ ଆରମ୍ଭ କଲେ ମୋଦୀ

0

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ମୋଦୀ ‘ମୁଁ ବି ଚୌକିଦାର’ ଟ୍ବିଟ୍‌ରୁ ଏହି କ୍ୟାମ୍ପେନ ଆରମ୍ଭ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ‘ତୁମମାନଙ୍କ ଚୌକିଦାର ଦୃଢ଼ ଭାବରେ ଛିଡ଼ା ହୋଇଛି ଏବଂ ଦେଶ ସେବା କରୁଛି। କିନ୍ତୁ ମୁଁ ଏକା ନୁହେଁ। ଯେଉଁମାନେ ଦୁର୍ନୀତି, ଅସ୍ବଚ୍ଛତା ଏବଂ ସାମାଜିକ ବ୍ୟାଧି ବିରୋଧରେ ଲଢ଼େଇ କରୁଛନ୍ତି ଏବଂ ଭାରତର ଉନ୍ନତି ପାଇଁ କଠିନ ପରିଶ୍ରମ କରୁଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଚୌକିଦାର। ଆଜି ସବୁ ଭାରତୀୟ କହୁଛନ୍ତି-ମୁଁ ବି ଚୌକିଦାର।’

ଟ୍ବିଟ୍‌ ସହିତ ମୋଦୀ ୩ମିନିଟ ୪୫ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ମୋଦୀ ଜନସାଧାରଣଙ୍କୁ ଉଦବୋଧନ ଦେଇ କହୁଛନ୍ତି, ତୁମମାନଙ୍କ ଚୌକିଦାର ସମ୍ପୂର୍ଣ୍ଣ ରୂପେ ସତର୍କ ରହିଛି। ଭିଡିଓଟିରେ ଦେଶର କୋଣଅନୁକୋଣର ଲୋକଙ୍କ ଦୃଶ୍ୟ ରହିଥିବାବେଳେ ସେମାନେ ‘ମେଁ ଭି ଚୌକିଦାର ହୁଁ’ ଗୀତ ଗାଉଥିବା ଦେଖିବାକୁ ମିଳିଛି।

Leave A Reply