ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

0

କଟକ : ଓଡ଼ିଶା ହାଇକୋର୍ଟ ଶିଳ୍ପପତି ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସୋମବାର ଦୁଇଟି ମାମଲାରେ ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପାରାଦୀପ ତାରିଣୀପଡା ଗୁଳିକାଣ୍ଡ ଓ କଟକ ଖାନନଗର ବୋମାମାଡ ଘଟଣାରେ ମହିମାନନ୍ଦ ମିଶ୍ରଙ୍କୁ ୧ଲକ୍ଷ ଟଙ୍କାର ଜମାନତ ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ତେବେ  ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଲାଗି  ହାଇକୋର୍ଟ ଶ୍ରୀମିଶ୍ରଙ୍କୁ ତାଗିଦ କରିଛନ୍ତି ।

ସୂଚନାଯୋଗ୍ୟ, ମଧୁପାଟଣା ଥାନା ଅନ୍ତର୍ଗତ ଖାନନଗର ମଣିମନ୍ଦିର ନିକଟରେ ୨୦୧୩ ସେପ୍ଟେଟର ୨୧ରେ ଆଇନଜୀବୀ ଅଭୟ ଭଟ୍ଟଙ୍କୁ କେତେକ ବ୍ୟକ୍ତି ଗୁଳିମାଡ କରିବା ସହିତ ବୋମା ଫିଙ୍ଗିଥିଲେ। ସେହିପରି ୨୦୧୬ରେ ପାରାଦୀପ ତାରିଣୀଗୁଡ଼ା ଗୁଳିକାଣ୍ଡ ମାମଲାରେ ଓଡିଶା ଷ୍ଟିଭେଡର୍ସ  ଲିମିଟେଡ (ଓଏସ୍‌ଏଲ୍‌)ର ମୁଖ୍ୟ ଶିଳ୍ପପତି ମହିମାନନ୍ଦ ମିଶ୍ର ଚୌଦାର ଜେଲରେ ଅଛନ୍ତି। ତେବେ ଏହି ଘଟଣାକୁ ନେଇ ମହିମା ମିଶ୍ର ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। ପୂର୍ବରୁ ଅଦାଲତ ଜାମିନ୍‌ ଆବେଦନ ଖାରଜ କରିଥିବା ବେଳେ ସୋମବାର ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି।

Leave A Reply