ମହିଳା ଆଣିଲେ ଗାଁ ପରିମଳ ବ୍ୟବସ୍ଥାରେ ସୁଧାର, ସଫା କଲେ ଅରମା, ଶୌଚାଳୟ ବ୍ୟବହାର ପାଇଁ ଦେଲେ ପରାମର୍ଶ

0

ସୁଆଣ୍ଡୋ :ପୁରୀଜିଲା ସତ୍ଯବାଦୀବ୍ଲକ ସଂଲଗ୍ନ କୁଶୁମେଶ୍ୱର ଗ୍ରାମରେ ମହାଳାମାନେ ଗାଁର ପରିମଳ ବ୍ୟବସ୍ଥା ସୁଧାରିବାପାଇଁ ସ୍ୱଚ୍ଛତା ଅଭିଯାନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ୧୩୦ଜଣ ମହିଳା ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।  ସକାଳୁ ହାତରେ ଝାଡୁ ଟୋକେଇ କୋଦାଳ ଧରି ଗ୍ରାମଦେବତୀ ଉଗ୍ରତାରାଙ୍କ ମନ୍ଦିର ବାହାର ଚାରିପାଖରୁ ସଫେଇ କାମ ଆରମ୍ଭ କରିଥିଲେ । ସେହିପରି ଗ୍ରାମଦାଣ୍ଡ , ପୋଖରୀ ତୁଠ , କୋଠଘର ପରିସର ସର୍ବସାଧାରଣ ବ୍ଯବହାର ସ୍ଥାନ ଗୁଡିକରେ ଥିବା ଅଳିଆ ଅନାବନା ଘାସ ଆଦି ସଫା କରିଥିଲେ । ଖୋଲାରେ କେହି ମଳତ୍ୟାଗ ନକରି ସମସ୍ତେ ପାଇଖାନା ବ୍ଯବହାର କରିବା ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୋଟିଭେଟର ଲକ୍ଷ୍ମୀପ୍ରିୟା ଦାଶ ସଂଯୋଜନା କରିଥିବା ବେଳେ ପଞ୍ଚାୟତର ସ୍ୱୟଂସହାୟକ ଗୋଷ୍ଠୀ ସଭାପତି ଙ୍କ ସହିତ ଗୋଲାପ ଦେଇ ପ୍ରମୁଖ ସଭ୍ଯାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଆଗାମୀଦିନରେ ଗ୍ରାମ ପୋଖରୀରୁ ଦଳ ସଫା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉକ୍ତ କାମକୁ ଗ୍ରାମବାସୀ ସମସ୍ତେ ପ୍ରଶଂସା କରୁଥିବାର ଜଣାପଡିଛି ।

Leave A Reply