ଖୋଲିଲା ମହାବଳ ମହାବୀରର ମୃତ୍ୟୁ ରହସ୍ୟ

0

ସାତକୋଶିଆ: ରହସ୍ୟ ଘେରରେ ରହିଥିବା ମହାବଳ ବାଘ ମହାବୀରର ମୃତ୍ୟୁର କାରଣ ସୋମବାର ସ୍ପଷ୍ଟ ହୋଇଛି । ଝିଙ୍କ ଯୋଗୁ ମହାବଳର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ଝିଙ୍କକୁ ଗଳି ଦେଇଥିବାରୁ ମହାବଳ ବାଘ ବେକରେ ଏକ କ୍ଷତ ସୃଷ୍ଟି ହୋଇଥିଲା । ପରେ ଏହି କ୍ଷତ ସଂକ୍ରାମଣ ହୋଇ ମହାବୀରର ଜୀବନ ନେଇଥିଲା । ମହାବୀରର ପାକସ୍ଥଳିରୁ ୮ରୁ ୧୦ଟି ଝିଙ୍କ କାଠି ମିଳିଥିବା ବେଳେ ମଳରୁ ବାରହା ଲୋମ ମଧ୍ୟ ମିଳିଛି । ଏନେଇ କ୍ଷେତ୍ର ନିର୍ଦେଶକ (ଫିଲ୍ଡ ଡାଇରେକ୍ଟର) ସୁଦର୍ଶନ ପଣ୍ଡା ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶ କାହ୍ନାରୁ ମହାବଳ ବାଘ ମହାବୀରକୁ ସାତକୋଶିଆରେ ଅଭୟ୍ୟାରଣ୍ୟକୁ ଅଣାଯାଇଥିଲା । ହେଲେ ଗତ ୧୫ ତାରିଖରେ ସାତକୋଶିଆରେ ମହାବଳ ବାଘ ମହାବୀରର ମୃତ ଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ରିପୋର୍ଟରେ ବାଘର ମୁଣ୍ଡରେ ଏକ କ୍ଷତ ସୃଷ୍ଟି ହୋଇଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ଥିଲା ।

Leave A Reply