ଝିଙ୍କ ଯୋଗୁଁ ନୁହେଁ, ଜାଲରେ ପଡି ହୋଇଛି ମହାବୀରର ମୃତ୍ୟୁ; କେନ୍ଦ୍ରୀୟ ବିଶେଷଜ୍ଞ ତଦନ୍ତ ରିପୋର୍ଟ

0

ନୂଆଦିଲ୍ଲୀ: ସାତକୋଶିଆରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁର କାରଣ ପୁଣି ନୂଆ ମୋଡ ନେଇଛି । କେନ୍ଦ୍ରୀୟ ବିଶେଷଜ୍ଞ ଦଳଙ୍କ ତଦନ୍ତ ରିପୋର୍ଟ ‘ମହାବୀର’ର ଶବ ବ୍ୟବଚ୍ଛେଦର ରିପୋର୍ଟକୁ ଖଣ୍ଡନ କରିଛି । କେନ୍ଦ୍ରୀୟ ବିଶେଷଜ୍ଞ ଦଳଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ମହାବୀରର ମୃତ୍ୟୁ ଝିଙ୍କ ଯୋଗୁଁ ନୁହେଁ ବରଂ ଜାଲରେ ପଡିବା ଦ୍ବାରା ହୋଇଛି । ବାରହା ପାଇଁ ବିଛା ଯାଇଥିବା ଜାଲରେ ପଡ଼ିବା ପରେ ମହାବୀର ଗଳାରେ  ଆଘାତ ସୃଷ୍ଟି ହୋଇଥିଲା ଓ ପରେ ତାହା ସଂକ୍ରାମଣ ହୋଇ ସେପ୍ଟିସେମିଆରେ ପରିଣତ ହୋଇଥିଲା । ଏହି କାରଣରୁ ମହାବୀରର ମୃତ୍ୟୁ ହୋଇଛି ବୋଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ୱାଇଲଡ୍‌ ଲାଇଫ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପ୍ରତିନିଧି ଦଳ ଦେଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗତ ଜୁନ୍‌ ମାସରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବୀର ଅଣାଯାଇଥିଲା । ମାତ୍ର ନଭେମ୍ବର ୧୪ ତାରିଖରେ ରାଇଗୋଡ଼ାରୁ ନୂଆଗଡ଼ ରାସ୍ତାର ୫୦୦ ମିଟର ଦୂରରେ ତା’ର ମୃତଦେହ ମିଳିଥିଲା । ମହାବୀର ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଏହାକୁ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଥିଲା। ମହାବୀର ଝିଙ୍କ ଶୀକାର କରି ଖାଇ ଥିବାରୁ ତା’ର ଗଳାରେ ଝିଙ୍କ କାଠି ଦ୍ବାରା ସଂକ୍ରାମଣ ହୋଇ ମୃତ୍ୟୁ ହୋଇଛି ବୋଲି ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା।

Leave A Reply