ଜେଲ ଗଲେ ମହାରଥୀ

ଭୁବନେଶ୍ୱର : ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ସୋମବାର ସନ୍ଧ୍ୟାରେ ଝାରପଡା ଜେଲ ପଠାଇ ଦିଆଯାଇଛି। ସ୍ୱତନ୍ତ୍ର କୋର୍ଟରେ ମହାରଥୀଙ୍କ ଜାମିନ ଆବେଦନ ସ୍ଥଗିତ ରଖାଯାଇଛି। ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ୨୪ ତାରିଖରେ କରାଯିବ। ମହାରଥୀ ଜେଲରେ ରହି ଚିକତ୍ସିତ ହେବେ। ଆବଶ୍ୟକ ପଡିଲେ ତାଙ୍କୁ ଡାକ୍ତରଖାନା ମଧ୍ୟ ଅଣାଯିବ।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାର୍ଡ, ଷ୍ଟାଟିକ୍‍ ସର୍ଭେଲାନ୍ସ ଟିମ ଓ ବିଡିଓ ସର୍ଭେଲାନ୍ସ ଟିମ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ମହାରଥୀଙ୍କୁ ଗିରଫ କରାଯାଇଛି। ସଠିକ୍‍ ତଥ୍ୟ ଆଧାରରେ ମହାରଥୀଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି। ଏହି ଘଟଣାରେ ଯାଞ୍ଚ ଟିମର ୫ଜଣ ସଦସ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭାର୍ତ୍ତି ହୋଇଥିଲେ।

Comments are closed.