ମହାରାଷ୍ଟ୍ର ରାଜନୀତି : ସୋନିଆଙ୍କୁ ସାକ୍ଷାତ କଲେ ପାୱାର

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଶିବସେନା-କଂଗ୍ରେସ ଏବଂ ଏନସିପି ମେଣ୍ଟ ସରକାର ଗଠନ କରିବା ନେଇ ଦାବି କରୁଥିବା ବେଳେ କଂଗ୍ରେସ-ଏନସିପି ମଧ୍ୟରେ ଏ ନେଇ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି ।

ଏନ୍‍ସିପି ସୁପ୍ରିମୋ ଶରଦ୍‍ ପାୱାର ସୋମବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରି ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି। କଂଗ୍ରେସ ମୁଖପାତ୍ର ରଣଜିତ୍‍ ସୂରଜେୱାଲା କହିଛନ୍ତି, ଦିନେ କିମ୍ବା ଦୁଇ ଦିନ ଭିତରେ ଏନ୍‍ସିପି ଓ କଂଗ୍ରେସ ନେତାମାନଙ୍କର ନୂଆଦିଲ୍ଲୀରେ ଏକ ବୈଠକ ବସି ମହାରାଷ୍ଟ୍ରରେ ସରକାର ଗଠନ ବିଷୟରେ ଆଲୋଚନା ହେବ।  ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କୌଣସି ମେଣ୍ଟ ସରକାର ଗଠନ କରି ନ ପାରିବାରୁ ଗତ ୧୨ ତାରିଖରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି

Comments are closed.