ମହାରାଷ୍ଟ୍ର : ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୧୦ହଜାର କୋଟି ଟଙ୍କାର ସହାୟତା

ମୁମ୍ବଇ : ମହାରାଷ୍ଟ୍ରରେ ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ପାଇଁ ସରକାର ୧୦,୦୦୦ କୋଟି ଟଙ୍କାର ସହାୟତାକୁ ଅନୁମୋଦନ କରିଛନ୍ତି । ମୁମ୍ବଇଠାରେ କ୍ୟାବିନେଟ୍‍ ସବ୍‍କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍‍ ଏହି ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟର ପ୍ରାୟ ଛଅଟି ଜିଲ୍ଲାର ୩୨୫ଟି ତାଲୁକାର ୫୪.୨୨ ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। କ୍ଷତିଗ୍ରସ୍ତ ହୋଇଥିବା ଫସଲ ମଧ୍ୟରେ ଧାନ, କପା, ଯଅ, ସୋୟାବିନ୍‍ ଆଦି ରହିଛି। କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଅଞ୍ଚଳର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସହାୟତା ପାଇଁ କେନ୍ଦ୍ରକୁ ନିବେଦନ କରାଯାଇଥିବା ଶ୍ରୀ ଫଡ଼ନଭିସ୍‍ ସାମ୍ବାଦିକମାନଙ୍କୁ କହିଛନ୍ତି। ତେବେ କେନ୍ଦ୍ରୀୟ ସହାୟତାକୁ ଅପେକ୍ଷା ନ କରି ରାଜ୍ୟ ସରକାର ନିଜ ପାଣ୍ଠିରୁ ଏହି ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.