ଆସନ୍ତାକାଲି ସକାଳ ୮ରେ ମହାରାଷ୍ଟ୍ରରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ

ମହାରାଷ୍ଟ୍ର : ଆସନ୍ତାକାଲି(ବୁଧବାର) ସକାଳ ୮ଟାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ  ମହାରାଷ୍ଟ୍ରର ନବନିର୍ବାଚତି ବିଧାୟକମାନେ ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର ଏହି ଶପଥ ପାଠ କରାଇବେ। ମହାରାଷ୍ଟ୍ର ବିଧାନସଭାର ପ୍ରୋଟେମ ସ୍ପିକର ଭାବେ ଚୟନ କରାଯାଇଥିବା କାଳିଦାସ କୋଲମ୍ବକର ମଙ୍ଗଳବାର ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ ଦ୍ବାରା ନିଜ ପଦର ଶପଥ ନେଇଥିଲେ।

 

Comments are closed.