ଡ୍ୟାନ୍ସ ବାର୍ ବନ୍ଦ ପାଇଁ ଆସିବ ଅଧ୍ୟାଦେଶ

0

ମୁମ୍ବଇ,୧୮ା୧(ପିଟିଆଇ): ମହାରାଷ୍ଟ୍ରରେ ଡ୍ୟାନ୍ସ ବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ରାଜ୍ୟ ସରକାର ଅଧ୍ୟାଦେଶ ଆଣିବାକୁ ବିଚାର କରୁଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିୱାର କହିଛନ୍ତି ଯେ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରିବା ପରେ ଏ ସମ୍ପର୍କରେ ଯାହା କିଛି ନିଷ୍ପତ୍ତି ନିଆଯିବ। ମହାରାଜ ଛତ୍ରପତି ଶିବାଜୀ ଜନ୍ମ ଗ୍ରହଣ କରିଥିବା ରାଜ୍ୟରେ ମା’ ଓ ଭଉଣୀମାନଙ୍କୁ ସମ୍ମାନ ହାନି ଭଳି କାର୍ଯ୍ୟ ଲାଗି ଅନୁମତି ଦିଆଯିବ ନାହିଁ। ୨୦୧୩ରେ ରାଜ୍ୟ ସରକାର ଡ୍ୟାନ୍ସ ବାର ବନ୍ଦ ଲାଗି ବିଧେୟକ ଆଣିବା ସମୟରେ ବିଜେପି ଏହାକୁ ସମର୍ଥନ କରିଥିଲା। ତେବେ ରାଜ୍ୟରେ ଡ୍ୟାନ୍ସ ବାର ଖୋଲିବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଗୁରୁବାର ନିର୍ଦେଶ ଦେଇଛନ୍ତି। ଏପରିକି ଡ୍ୟାନ୍ସ ବାର ଉପରେ ରାଜ୍ୟ ସରକାର ଲଗାଇଥିବା କେତେକ କଟକଣାକୁ ସୁପ୍ରିମକୋର୍ଟ କୋହଳ କରିଛନ୍ତି।

Leave A Reply