ଆଜି ମହାନବମୀ : ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର :  ଆଜି ଆଶ୍ବିନ ଶୁକ୍ଳ ନବମୀ ତିଥିରେ ପୂଜାମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା ଅନୁଷ୍ଠିତ ହେଉଛି । ଅନ୍ୟପକ୍ଷରେ ଶକ୍ତିପୀଠରେ ଆଜି ଏବଂ ଗୃହେ ଆଜି ଦଶହରା ପାଳନ କରାଯାଉଛି ।

ମହାନବମୀ ଅବସରରେ ପୂଜାମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ନିକଟରେ ପ୍ରତ୍ୟୁଷରୁ ପୂଜା ଆରମ୍ଭ ହୋଇଛି । ଏହି ଉପଲକ୍ଷେ  ବିଭିନ୍ନ ପୂଜାମଣ୍ଡପରେ  ଏବଂ ପୀଠଗୁଡ଼ିକରେ ସକାଳୁ ମନ୍ଦିର ମା’ଙ୍କର ବିଭିନ୍ନ ବେଶ ସାଙ୍ଗକୁ ଆରତୀ, ଚଣ୍ଡିପାଠ ସହ ବୈଦିକ ମନ୍ତ୍ରପାଠରେ ବାତାବରଣ ମୁଖରିତ ହୋଇଉଠିଛି । ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କର ଭିଡ ମଧ୍ୟ ପରିଲକ୍ଷିତ ହେଉଛି।

ତେବେ ଦ୍ୱୈତନଗରୀ ଭୁବନେଶ୍ୱର,କଟକ ସମେତ ପୁରୀ, ଜଗତସିଂହପୁର, ରାଉରକେଲା ଏବଂ ଅନ୍ୟାନ୍ୟ ସ୍ଥାନରେ ସୁଉଚ୍ଚ ଏବଂ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନ୍ଦର ଓ ମନଲୋଭା ସାଜସଜା, ରଙ୍ଗବେରଙ୍ଗର ଆଲୋକମାଳା ସମସ୍ତଙ୍କ ମନକୁ ଛୁଇଁଛି ।  ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ ଲାଗି ରହୁଛି । ଭିଡ଼କୁ ଦୃଷ୍ଟିରେ  ରଖି ପୁଲିସ୍‍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ଟ୍ରାଫିକ୍‍ ବ୍ୟବସ୍ଥାକୁ ସୁପରିଚାଳନା କବା ପାଇଁ ମଧ୍ୟ ଅଧିକ ପୁଲିସ ମୁତୟନ କରାଯାଇଛି।

Comments are closed.