ଓଡିଆ ନୂଆ ବର୍ଷ , ମହା ବିଷୁବ ସଂକ୍ରାନ୍ତିର ମହତ୍ୱ

0

ମେଷ ସଂକ୍ରାନ୍ତିରେ ଓଡିଆ ନବ ବର୍ଷ ପାଳନ କରାଯାଇଥାଏ ।  ମହାବିଷୁବ ସଂକ୍ରାନ୍ତିରୁ ଓଡିଆ ପଞ୍ଜିକାର ଗଣନା ବି ଆରମ୍ଭ ହୁଏ ।  ଏହି ଦିନଠାରୁ ବିଭିନ୍ନ ତିଥି ବାର ପଞ୍ଜିକା ଗଣନା ଆରମ୍ଭ ହୋଇଥାଏ । ସାରା ଓଡିଶାରେ ଘରେ ଘରେ ଛତୁଆ ଓ ପଣା ଭୋଗ ହୋଇଥାଏ । ତୁଳସୀ ଚଉରାକୁ ନଡିଆ ବରଡାରେ ତିଆରେ ଚାଞ୍ଚରେ ଆଛାଦିତ କରାଯାଇଥାଏ ।

ମେଷ ସଂକ୍ରାନ୍ତିରେ  ସୂର୍ଯ୍ୟ ଅବସ୍ଥାନ କରୁଥିବାରୁ ଏହାର ନାମ ମେଷ ସଂକ୍ରାନ୍ତି । ମୋଟ ୧୨ଟି ସଂକ୍ରାନ୍ତି ରହିଥିବା ବେଳେ ମେଷ ସଂକ୍ରାନ୍ତି ପ୍ରଥମ । ମେଷ ସୌରମାସ ବି ଏହି ଦିନଠାରୁ ଆରମ୍ଭ ହୋଇଥାଏ । ଏହି ଦିନ ମହାବୀର ହନୁମାନଙ୍କ ଜୟନ୍ତୀ ଭାବରେ ପାଳନ କରାଯାଏ। ଏଥିପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଥାଏ ।

Leave A Reply