ମାଗାଜିନ ଏଡିଟରଙ୍କୁ ହତ୍ୟା

0

ମୁମ୍ବଇ: ଯୌନ ନିର୍ଯାତନା ଅସହ୍ୟ ହେବାରୁ ଏକ ମାଗାଜିନର ଏଡିଟରଙ୍କୁ ହତ୍ୟା କରିଛନ୍ତି ଜଣେ ମହିଳା କର୍ମଚାରୀ। ମୁମ୍ବଇର ଥାଣେ ଅଞ୍ଚଳରେ ଏହି ଘଟଣା ଘଟିଛି। ମାଗାଜିନ ଏଡିଟର ନିତ୍ୟାନନ୍ଦ ପାଣ୍ଡେ ଗତ ୧୫ତାରିଖରୁ ନିଖୋଜ ଥିବାବେଳେ ରବିବାର ପୁଲିସ ଥାଣେଠାରୁ କିଛି ଦୂରରେ ଥିବା ଭିୱାଣ୍ଡି ଅଞ୍ଚଳରୁ ତାଙ୍କ ମୃତଦେହ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ମହିଳା କର୍ମଚାରୀ ଏବଂ ହତ୍ୟାରେ ତାଙ୍କୁ ସହଯୋଗ କରିଥିବା ସଂସ୍ଥାର ଅନ୍ୟ ଜଣେ କର୍ମଚାରୀ ସତିଶ ମିଶ୍ରାଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ନିତ୍ୟାନନ୍ଦ ୨ବର୍ଷ ହେଲା ଏକ ମାଗାଜିନ ଏବଂ ନ୍ୟୁଜ ପୋର୍ଟାଲ ଚଳାଇଆସୁଥିଲେ। ଅଭିଯୁକ୍ତ ମହିଳା କର୍ମଚାରୀ ସେଠାରେ ଇଣ୍ଟର୍ନଶିପ କରୁଥିଲେ। କିନ୍ତୁ ନିତ୍ୟାନନ୍ଦ ତାଙ୍କୁ ପଦୋନ୍ନତି ଦେବା ଆଳରେ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ସେ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ମହିଳା କର୍ମଚାରୀ ଜଣକ ତାଙ୍କୁ ବିରୋଧ କରିଥିଲେ। ଶେଷର ଯୌନ ନିର୍ଯାତନା ଅସହ୍ୟ ହେବାରୁ ସମ୍ପୃକ୍ତ ମହିଳା କର୍ମଚାରୀ ସଂସ୍ଥାର ଅନ୍ୟ ଜଣେ କର୍ମଚାରୀଙ୍କ ସହ ମିଶି ନିତ୍ୟାନନ୍ଦଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜାନ ମୁତାବକ, ସେମାନେ ନିତ୍ୟାନନ୍ଦଙ୍କୁ ଉତ୍ତନ ଅଞ୍ଚଳକୁ କାରରେ ବୁଲିବାକୁ ଯିବାକୁ କହିଥିଲେ। ବାଟରେ ସେମାନେ ତାଙ୍କୁ ମଦ ପିଇବାକୁ ଦେଇଥିଲେ। ପରେ ନିତ୍ୟାନନ୍ଦ ନିଶାରେ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଭିୱାଣ୍ଡିଠାରେ ଫିଙ୍ଗି ଚାଲିଯାଇଥିଲେ।

Leave A Reply