ମାଦ୍ରାସା ସଦସ୍ୟଙ୍କ ବିରୋଧର ରାଷ୍ଟ୍ରଦ୍ରୋହ ମାମଲା ରୁଜୁ

0

ଲକ୍ଷ୍ନୌ : ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତ ଗାନକୁ ବିରୋଧ କରିବା ଅଭିଯୋଗରେ ଉତ୍ତର ପ୍ରଦେଶର ମହାରାଜାଗଞ୍ଜ ଜିଲା ଅନ୍ତର୍ଗତ ଏକ ମାଦ୍ରାସାର ୩ ଜଣ ସଦସ୍ୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ୨ ଜଣ ଶିକ୍ଷକ ଏବଂ ଜଣେ ମୁସଲମାନ ମୌଲବୀ ଅନ୍ତର୍ଭୁକ୍ତ। ଅଭିଯୁକ୍ତମାନେ ଉକ୍ତ ମାଦ୍ରାସାର ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରିଥିଲେ। ଇତିମଧ୍ୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର ଅଛନ୍ତି।

Leave A Reply