୪୫ ବର୍ଷ ଧରି କାଚ ଖାଉଛନ୍ତି ଏହି ବ୍ୟକ୍ତି, ଏପରି ନକରିବାକୁ ଅନ୍ୟକୁ ଦେଉଛନ୍ତି ପରାମର୍ଶ, ଦେଖନ୍ତୁ ଭିଡିଓ

0

ଭୋପାଳ : ସାଧାରଣତଃ କିଛି ଲୋକ ମାଟି ବା ଚକ୍‌ ଖଡି ଖାଉଥିବା ଆପଣ ଶୁଣିଥିବେ । କିନ୍ତୁ କାଚ ଖାଇବା କଥା କେବେ ଶୁଣିଛନ୍ତି କି ? ମଧ୍ୟପ୍ରଦେଶର ଦିନ୍ଦୋରୀ ଜିଲାରୁ ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଦିନେ କି ଦୁଇ ଦିନ ନୁହେଁ, ଜଣେ ବ୍ୟକ୍ତି ୪୦ରୁ ୪୫ ବର୍ଷ ହେଲା କାଚ ଖାଉଛନ୍ତି । ହେଲେ ଏପରି ନକରିବା ପାଇଁ ସେ ଅନ୍ୟକୁ ପରାମର୍ଶ ଦେଉଛନ୍ତି ।

ବ୍ୟକ୍ତି ଜଣଙ୍କ କାଚ ଚୋବାଇ ଖାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ବହୁତ ଆରାମରେ କାଚଗୁଡିକୁ ଚୋବାଇ ଚୋବାଇ ଖାଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଖାଇବା ପାଇଁ ତାଙ୍କ ପତ୍ନୀ ତାଙ୍କୁ କାଚ ଆଣି ଦେଇଥାନ୍ତି ।

କାଚ ଚୋବାଇ ଖାଉଥିବା ବ୍ୟକ୍ତି ଜଣଙ୍କ ହେଲେ ଦିନ୍ଦୋର ଜିଲାର ଶାହପୁରାର ବାସିନ୍ଦା ହୟାରାମ ସାହୁ । ସେ ପେଶାରେ ଜଣେ ଆଇନଜୀବୀ । କିନ୍ତୁ ତାଙ୍କର ନିଶା ହେଉଛି କାଚ ଚୋବାଇ ଖାଇବା । ଦୟାରାମ ପିଲା ବେଳୁ କାଚ ଖାଇବା ଆରମ୍ଭ କରିଥିଲେ । ସମୟକ୍ରମେ ଏହି ଅଭ୍ୟାସ ନିଶାରେ ପରିଣତ ହୋଇଥିଲା। ଆଜିକୁ ପ୍ରାୟ ଦୀର୍ଘ ୪୦ରୁ ୪୫ ବର୍ଷ ଧରି ସେ କାଚ ଚୋବାଇ ଖାଉଛନ୍ତି । ଏହି ବଦ ଅଭ୍ୟାସ ପାଇଁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଛି ଅର୍ଥାତ୍ ତାଙ୍କ ଦାନ୍ତ ମାଢି ନଷ୍ଟ ହେଉଛି ବୋଲି ସେ କହିଛନ୍ତି । ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ତେଣୁ କାଚ ନ ଖାଇବା ପାଇଁ ଅନ୍ୟମାନଙ୍କୁ ସେ ପରାମର୍ଶ ଦେଉଛନ୍ତି ।

ଦୟାରାମଙ୍କ କହିବା ଅନୁଯାୟୀ, ପୂର୍ବରୁ ସେ ଗୋଟିଏ ଦିନରେ ଏକ କେଜି ଓଜନର କାଚ ଚୋବାଇ ଖାଉଥିଲେ । କିନ୍ତୁ ଦାନ୍ତ ମାଢି ଦୁର୍ବଳ ହେବା କାରଣରୁ ସେ ଏବେ ଧୀରେ ଧୀରେ କାଚ ଖାଇବା କମ୍ କରୁଛନ୍ତି । ଏହି ଅଭ୍ୟାସ ସମ୍ପୂର୍ଣ୍ଣ ଭାବେ ପରିତ୍ୟା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

Leave A Reply