ଓଡ଼ିଶାକୁ ଧନ୍ୟବାଦ : ମାଧୁରୀ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ‘ପୁରୁଷ ହକି ବଶ୍ୱ କପ୍‍-୨୦୧୮’ ର ଉଦଘାଟନୀ ଉତ୍ସବକୁ ନେଇ ଧକ୍‍ ଧକ୍‍ ଗର୍ଲ ମାଧୁରୀ ଦୀକ୍ଷିତ ଟ୍ୱିଟ୍‍ କରିଛନ୍ତି। ଟ୍ୱିଟ୍‍ ମାଧ୍ୟମରେ ମାଧୁରୀ ଓଡ଼ିଶାକୁ ଧନ୍ୟବାଦ ଦେଇଛନ୍ତି। ସେଠାରେ ମିଳିଥିବା ସ୍ନେହ ଓ ସୌହାର୍ଦ୍ଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି। ହକି କ୍ରୀଡ଼ାବିତଙ୍କ ସଫଳତା ପାଇଁ ମଧ୍ୟ ମାଧୁରୀ ଶୁଭେଚ୍ଛା ଜଣାଇଛନ୍ତି। ତେବେ ବୁଧବାର ମାଧୁରୀଙ୍କୁ ଭୁବନେଶ୍ୱରର ଖ୍ୟାତନାମା ଗହଣା ଦୋକାନରେ ଦେଖିବାକୁ ମିଳିଥିଳା। ସେଠାରେ ମଧ୍ୟ ତାଙ୍କ ସାମାନ୍ୟ ଝଲକ ପାଇଁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ମାଧୁରୀ ‘ଦ ଆର୍ଥ ସଙ୍ଗ୍‍’ ଥିମ୍‍ ରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ତାଙ୍କ ନୃତ୍ୟ ପରିବେଷଣ ସମୟରେ ସେଠାକାର ସମ୍ପୂର୍ଣ୍ଣ ପରିବେଶ ମୁଖରିତ ହୋଇପଡ଼ିଥିଲା। ମଞ୍ଚରେ ମାଧୁରୀ ୧୧୦୦ ସହ କଳାକାରଙ୍କ ସହ ନୃତ୍ୟ କରିଥିଲେ।

Leave A Reply