ମା’ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଚଢାଇବାର ତାତ୍ପର୍ଯ୍ୟ

0

ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ଯେଉଁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଥାଏ ସେ କେବେ ବି ଜୀବନରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ନ ଥାଆନ୍ତି। ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ଉପାୟ କରିଥାଆନ୍ତି। ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପୂଜା ସମୟରେ ଗୋଲାପ ଫୁଲ ଅର୍ପଣ କରାଯାଇଥାଏ। ଏହାଦ୍ବାରା ଅନେକ ଲାଭ ମିଳିଥାଏ।

ହିନ୍ଦୁ ଧର୍ମରେ ଗୋଲାପ ଫୁଲକୁ ପବିତ୍ର କୁହାଯାଇଛି। ଏହାର ବାସ୍ନା ପରିବେଶରେ ସକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ବିଶେଷ କରି ଦେବାଦେବୀଙ୍କ ପୂଜାରେ ଫୁଲ ଚଢାଇବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

କୁହାଯାଇଛି ଯେ, ନିୟମିତ ରୂପେ ମା’ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଚଢାଇବା ଉଚିତ। ଏପରି କରିବା ଦ୍ବାରା ଆର୍ଥିକ ସ୍ଥିତି ମଜଭୂତ ହୋଇଥାଏ। ଗୋଲାପ ଫୁଲର ପାଖୁଡାକୁ ଚଢାଇବା ଦ୍ବାରା ମଧ୍ୟ ଶୁଭ ଫଳ ମିଳିଥାଏ। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହ ଧନସମ୍ପତ୍ତି ମିଳିଥାଏ।

ଗୋଲାପ ଫୁଲ ପ୍ରେମର ପ୍ରତୀକ ଅଟେ। କୁହାଯାଇଛି ଯେ, ଯେତେବେଳେ ମା’ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଅର୍ପଣ କରିଥାଉ ସେତେବେଳେ ଆମ ମନରେ ତାଙ୍କ ପ୍ରତି ଥିବା ଶ୍ରଦ୍ଧାଭାବ ଜାଗ୍ରତ ହୋଇଥାଏ। ନିଜର ପ୍ରିୟ ଲୋକମାନଙ୍କୁ ଗୋଲାପ ଫୁଲ ଦେବା ଶୁଭ ଅଟେ। ଏପରି କରିବା ଦ୍ବାରା ସମ୍ପର୍କ ସୁଦୃଢ ହୋଇଥାଏ। ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲେ ଗୋଲାପ ଫୁଲ ଦ୍ବାରା ତାହା ମଜଭୂତ ହୋଇଥାଏ।

 

Leave A Reply