ଧନ ପାଇଁ ଚିନ୍ତିତ କି ? ଜାଣନ୍ତୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପାୟ

ପଣ୍ଡିତମାନଙ୍କ ମତ ଅନୁଯାୟୀ ତୁଳସୀ ଗଛକୁ ପୂଜା କରିବା ସହ ଚଉରା ମୂଳରେ ଘିଅ ଦୀପ ଜାଳିଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହା ସହ ଅଶ୍ୱତ୍ଥ ବୃକ୍ଷ ମୂଳରେ ଦୀପ ଲଗାଇବା ଦ୍ୱାରା ଧନସମ୍ପତ୍ତିର ବୃଦ୍ଧି ହେବା ସହ ଖୁବ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ସକାଳୁ ସ୍ନାନ ସାରି ସଫା ବସ୍ତ୍ର ପରିଧାନ କରି ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ । ଏହା ସହ ବିଷ୍ଣୁଙ୍କ ପ୍ରିୟ ଏକାଦଶୀ ବ୍ରତ ପାଳନ କଲେ ମଧ୍ୟ ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।

ଭଗବାନ ବିଷ୍ଣୁଙ୍କ ନାମ ନେଇ ତୁଳସୀ ମାଳକୁ ୧୦୮ ଥର ଜପ କରିବା ସହ ଭଗବାନ ବିଷ୍ଣୁଙ୍କୁ ହଳଦିଆ ବସ୍ତ୍ର ପିନ୍ଧେଇ ଫଳ ଫୁଲ ଭୋଗ ଲଗାଇ ପୂଜା କରନ୍ତୁ। ଭଗବାନ ବିଷ୍ଣୁଙ୍କ ସାଙ୍ଗରେ ମା ଲକ୍ଷ୍ମୀଙ୍କ ଫୋଟକୁ ପୂଜା କଲେ ମା’ଙ୍କ ଅଶେଷ କୃପା ଲାଭ ହୋଇଥାଏ।

Comments are closed.