ସିନେ ତାରକା ମନୋଜ ମିଶ୍ରଙ୍କ ପିତୃ ବିୟୋଗ   

0

ସମ୍ବଲପୁର(ସିଟି) : ହିନ୍ଦି ଓ ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତା ମନୋଜ ମିଶ୍ରଙ୍କ ପିତା ବାସୁଦେବ ମିଶ୍ରଙ୍କର ଶନିବାର ପ୍ରାତଃ ୫ଟା ସମୟରେ ତାଙ୍କର ଗୋବିନ୍ଦତୋଲାସ୍ଥିତ ବାସଭବନରେ ହୃଦଘାତରେ ବିୟୋଗ ହୋଇଯାଇଛି । ୭୬ ବର୍ଷ ବୟସର ବାସୁଦେବ ବିଗତ ଦିନରେ ଜିଲା ଜଣେ ଫୁଟବଲ ଓ ଭଲିବଲ ତାରକା ଭାବରେ ଜିଲା ଦଳକୁ ବହୁବାର ପ୍ରତିନିଧିତ୍ୱ କରିଛନ୍ତି। ସମ୍ବଲପୁରର ନନ୍ଦପଡାର ମୂଳନିବାସୀ ସ୍ୱର୍ଗତ ବାସୁଦେବ ଫରେଷ୍ଟ କର୍ପୋରେସନରେ ଚାକିରି କରି ଅବସର ଗ୍ରହଣ କରିଥିଲେ। ସ୍ଥାନୀୟ ରାଜଘାଟ ଠାରେ ବାସୁଦେବଙ୍କ ସାନପୁଅ ସଞୀବ ମିଶ୍ର ମୁଖାଗ୍ନି ଦେଇଥିଲେ। ସୁଚନାଯୋଗ୍ୟ ଯେ ସ୍ୱର୍ଗତ ବାସୁଦେବ ପ୍ରାୟ ଦୁଇ ବର୍ଷ ହେବ ହୃଦରୋଗରେ ପୀଡିତ ହୋଇ ଚିକିତ୍ସିତ ଥିଲେ। ତାଙ୍କର ମୃତ୍ୟୁ ଶଯ୍ୟାରେ ତାଙ୍କର ଶିକ୍ଷୟତ୍ରୀ ଧର୍ମପତ୍ନୀ ସୁଲେଖା ମିଶ୍ର, ପୁତ୍ର ମନୋଜ ମିଶ୍ର, ବଡଭାଇ ଅତ୍ୟୁତା ନନ୍ଦ ମିଶ୍ର, ବଡ ଭଉଣୀ ଭଗବତୀ ଷଡଙ୍ଗୀ, ସାନ ଭାଇ ଚକ୍ରଧର ମିଶ୍ର, ପୁତୁରା ପ୍ଲାବନ ମିଶ୍ରଙ୍କ ସହ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ। ବାସୁଦେବଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଲହରୀ ଖେଳି ଯାଇଥିବା ବେଳେ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟୀର ପୁରଖା ସ୍ୱେଚ୍ଛାସେବୀ ବାସୁଦେବ ଙ୍କ ବିୟୋଗରେ କମିଟୀ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Leave A Reply