ଜାଣନ୍ତୁ, ଗ୍ରହଣ ପରେ କ’ଣ କରିବା ଉଚିତ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣର ବିଶେଷ ମହତ୍ୱ ରହିଛି। ଗ୍ରହଣ ଲାଗିବାର ପୂର୍ବବର୍ତ୍ତୀ ସମୟ, ଗ୍ରହଣ ଲାଗିଥିବା ସମୟ ଓ ଗ୍ରହଣର ସମାପ୍ତି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଚାଲନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ପରେ କ’ଣ କରିବା ଉଚିତ୍‍ –

– ଶାସ୍ତ୍ରରେ କୁହାଯାଇଛି ଯେ, ଗ୍ରହଣକାଳ ସମାପ୍ତ ହେବା ପରେ ଶରୀରକୁ ଶୁଦ୍ଧ କରିବା ନିହାତି ଆବଶ୍ୟକ। ତେଣୁ ଗ୍ରହଣ ସରିବା ପରେ ସ୍ନାନ କରିବା ସହ ନୂତନ ବସ୍ତ୍ର ପରିଧାନ କରିବା ଉଚିତ।
– ଗ୍ରହଣ ସମାପ୍ତ ହେବା ପରେ ସମ୍ପୂର୍ଣ୍ଣ ଘରେ ଗଙ୍ଗାଜଳ ସିଞ୍ଚନ କରିବା ଉଚିତ।
– ଗ୍ରହଣ ପରେ ଭଗବାନଙ୍କ ଦର୍ଶନ ନିଶ୍ଚୟ କରନ୍ତୁ।
– ଗ୍ରହଣ ଶେଷ ହେବା ପରେ ଦାନ କରିବା ଆବଶ୍ୟକ।
– ଠାକୁର ଘରେ ଭଗବାନଙ୍କୁ ଗ୍ରହଣ ଛାଡ଼ିବା ପରେ ନୂତନ ବସ୍ତ୍ର ପିନ୍ଧାନ୍ତୁ।
– ଗ୍ରହଣ ପରେ ଗାଈ ଓ ପକ୍ଷୀଙ୍କୁ ଖାଦ୍ୟ ଖୁଆନ୍ତୁ।
– ଚନ୍ଦ୍ରଗ୍ରହଣ ଛାଡ଼ିବା ପରେ ଧଳା ଜିନିଷ ଦାନ କରିବା ଉଚିତ।
– ଚନ୍ଦ୍ରଗ୍ରହଣ ପରେ ନିଜ ପିତୃ ପୁରୁଷଙ୍କୁ ମନେ ପକାଇ ଦାନ ନିଶ୍ଚୟ କରନ୍ତୁ, ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଥିବା କୁପ୍ରଭାବ ଦୂର ହୋଇଥାଏ।

Leave A Reply