ପ୍ରଧାନମନ୍ତ୍ରୀ ଏଲ୍‍ପିଜି ସଚେତନତା ଶିବିର

0

ବଡ଼ସାହି : ଏଲପିଜି ଗ୍ୟାସ ବ୍ୟବହାରକାରୀ ବା ଉପଭୋକ୍ତାଙ୍କ ନିମନ୍ତେ ମାନଗୋବିନ୍ଦପୁରରେ ପ୍ରଧାନମନ୍ତ୍ରୀ ଏଲ୍‍ପିଜି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତାପପୁର ଜନସେବା କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରଟିକୁ ସିଏସସିର ଡ଼ିଏମ୍‍ ଶିବଶଙ୍କର ଦାସ ଓ ପ୍ରକାଶ କୁମାର ପଣ୍ଡା ମିଳିତ ଭାବେ ପୌରହିତ୍ୟ କରିଥିଲେ। ସରପଞ୍ଚ କୁନି ସିଂ ଓ ନାଏବ ସରପଞ୍ଚ ପ୍ରୀତିଶ ପ୍ରଧାନ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ପେଟ୍ରୋଲିୟମର ଅମ୍ରିତ ଭାଗ, ସଞ୍ଜୁକ୍ତା ଭାରତ ଗ୍ୟାସର ହରିଶ୍ଚନ୍ଦ୍ର ସାମନ୍ତରାୟ, ଦାସ ଇଣ୍ଡିଆନ ଗ୍ୟାସର ଭାସ୍କର ଚନ୍ଦ୍ର ଦାସ, ପ୍ରତାପପୁର ସିଏସସିର ଜୟନ୍ତ କୁମାର ବାରିକ୍‍, ମାନଗୋବିନ୍ଦପୁର ସିଏସସିର ଶୁଭକାନ୍ତ ପରିଡ଼ା ଓ ପାଟଳୀପୁରା ସିଏସସିର ମଧୂସୁଦନ ପଣ୍ଡା ଯୋଗଦେଇ ଗ୍ୟାସ ବ୍ୟବହାର ସମ୍ବନ୍ଧରେ ସୂଚନା ଦେଇଥିଲେ। ଗ୍ୟାସର ଉପକାରିତା, ବ୍ୟବହାର ଫଳରେ ପରିବେଶ ଓ ସ୍ୱାସ୍ଥ୍ୟର ରକ୍ଷା, ଅଳ୍ପ ଜାଳେଣୀରେ ବେଶୀ ଖାଦ୍ୟ ପ୍ରସ୍ତୁତ କରିବା, ନୂତନ ସିଲିଣ୍ଡର ବୁକିଂ ଠାରୁ ପ୍ରତିବଦଳ ପ୍ରଣାଳୀ ତଥା ବ୍ୟବହାର ସମୟରେ ସତର୍କତା ଅବଲମ୍ବନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ କେନ୍ଦ୍ରର ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ ସିଧାପ୍ରସାରଣରେ ୫ଟି ଜିଲାର ଉଜ୍ଜ୍ୱଳା ହିତାଧିକାରୀଙ୍କ ସହିତ ହୋଇଥିବା ସିଧାସଳଖ ବାର୍ତ୍ତାଳାପକୁ ଉପସ୍ଥିତି ୨ଶହରୁ ଊର୍ଦ୍ଧ୍ବ ଉପଭୋକ୍ତା ଦେଖିଥିଲେ। ଶେଷରେ ପ୍ରତାପପୁର ଜନସେବା କେନ୍ଦ୍ର ପରିଚାଳକ ଶ୍ରୀ ବାରିକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply