ଭାଙ୍ଗିଲା ଲୋଟସ ବ୍ରିଜ

0

ଝାରସୁଗୁଡା: ବେଳପାହାଡ଼ରୁ ଗ୍ରୀଣ୍ଡଡୋଳା ଦେଇ ସୁନ୍ଦରଗଡ ହେମଗିରକୁ ସଂଯୋଗ କରୁଥିବା ବିଆରଓ ରୋଡ଼ରେ ଥିବା ଲୋଟସ ବ୍ରିଜ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏହି ରାସ୍ତାରେ ଭାରିଯାନ ଚଳାଚଳ କରିବା ଅନୁମତି ନ ଥିବାବେଳେ ଦିନରାତି ଏହି ରାସ୍ତାରେ ୧୮ ଚକିଆ ଭରିଯାନ ଚଳାଚଳ କରୁଥିଲା। ଭାରିଯାନ ଚଳାଚଳ ଯୋଗୁଁ ଏହି ବ୍ରିଜଟି ଭାଙ୍ଗିଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି। ଆଜି ସକାଳୁ ଏକ ହାଇୱା ଗାଡି ପୋଲରେ ଯାଉଥିବା ସମୟରେ ପୋଲ ଭାଙ୍ଗି ଯାଇଛି। ଫଳରେ ଲଖନପୁର ବ୍ଳକ ର ଗ୍ରୀଣ୍ଡଡୋଳା ପଞ୍ଚାୟତ ସମେତ ସୁନ୍ଦରଗଡ଼ ର ହେମଗିର ବିଛିନ୍ନ ହୋଇଯାଇଛି।

Leave A Reply