ଆବୁଧାବି: ଲଟେରିରେ ୭ ଭାରତୀୟ ମାଲାମାଲ, ଜଣଙ୍କୁ ମିଳିଲା ୧୨ କୋଟି

0

ଭାଗ୍ୟ ବଦଳାଇ ଦେଲା ଲଟେରି। ଆବୁଧାବିରେ ୭ ଭାରତୀୟ ମାଲାମାଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମିଳିଛି ୧୨ କୋଟି ଟଙ୍କା। ଅନ୍ୟ ୬ଜଣଙ୍କୁ ୧୭ ଲକ୍ଷ ଟଙ୍କା ଲେଖାଏଁ ମିଳିଛି। ବାବୁ ମିଥ୍ୟୁ ନାମକ ଏହି ବ୍ୟକ୍ତି ୧୨ କୋଟି ପାଇଛନ୍ତି। ସେ ଲଟେରି ଟିକେଟ (ନମ୍ବର ୦୩୦୨୦୨) କିଣିଥିଲେ। ସୋମବାର ଏହି ଲଟେରି ଉଠାଣ ପରେ ବାବୁ କୋଟିପତି ହୋଇଯାଇଛନ୍ତି। ମୋଟ ୮ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୭ ଭାରତୀୟଙ୍କ ସହ ବାହାରିନ୍‌ର ଜଣେ ବ୍ୟକ୍ତି ମଧ୍ୟ ୧୭ ଲକ୍ଷ ଟଙ୍କାର ଲଟେରି ଜିତିଛନ୍ତି।
ଏଥିପୂର୍ବରୁ ଗତ ଜାନୁଆରୀରେ ହରିକୃଷ୍ଣ ନାମକ ଆଉ ଜଣେ ଭାରତୀୟ ଆବୁଧାବି ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଏକ ଲଟେରି ଟିକେଟରେ ୨୦ କୋଟି ଟଙ୍କା ହାସଲ କରିଛନ୍ତି। ସେ ତୃତୀୟଥର ପାଇଁ ଲଟେରି ଟିକେଟ କିଣି ଭାଗ୍ୟବାନ ପାଲଟି ଯାଇଛନ୍ତି। ହରିକୃଷ୍ଣ ଉକ୍ତ ଲଟେରି ଟିକେଟକୁ ୮୬୦୦ ଟଙ୍କାରେ କିଣିଥିଲେ। ୨୦୦୨ରୁ ସେ ପରିବାର ସହ ୟୁଏଇରେ ରହି ଆସୁଛନ୍ତି।

Leave A Reply