ମଜାରେ କିଣିଥିଲେ ଲଟେରୀ ଟିକେଟ୍‌ , ଜିତିଲେ ୨ କୋଟି ଟଙ୍କା

0

ଜଳନ୍ଧର ..- ଭାଗ୍ୟ ଦେବୀ କେତେବେଳେ କାହାକୁ ସଦୟ ହୁଅନ୍ତି ତାହା ଜଣା ପଡେନି । ଏପରି ଏକ ଘଟଣା ପଞ୍ଜାବର ଜଣେ କନେଷ୍ଟବଳଙ୍କ କ୍ଷେତ୍ରରେ ଘଟିଛି । ସେ ମଜାରେ ଏକ ଲଟେରୀ ଟିକେଟ୍‌ କିଣିଥିବା ବେଳେ ତାଙ୍କର ୨ କୋଟି  ଟଙ୍କା ଉଠିଛି ।

ପଞ୍ଜାବ ପୁଲିସରେ କନେଷ୍ଟବଳ ଥିବା ଅଶୋକ କୁମାର ଲୋହରୀ ଅବସରରେ  ୨୦୦ ଟଙ୍କା ଦେଇ ଏକ ଲଟେରୀ ଟିକେଟ କିଣିଥିଲେ । ଲଟେରୀ  ବିକୁଥିବା ଲୋକ ଥାନାକୁ ଆସିଥିଲା  ଓ ତାଙ୍କୁ ଏକ ଲଟେରୀ କିଣିବା ପାଇଁ ଅନୁରୋଧ କରିଥିଲା । ଅଶୋକ ବିକ୍ରେତାଙ୍କର ଅନୁରୋଧ ରକ୍ଷା କରି ଲଟେରୀଟି କିଣିଥିଲେ । ମାତ୍ର ଏହି ଲଟେରୀରୁ ତାଙ୍କୁ ୨ କୋଟି ଟଙ୍କା ମିଳିଛି । ସମସ୍ତ ଟଙ୍କାକୁ ବ୍ୟାଙ୍କରେ ରଖି ସେ ଚାକିରି କରିବେ ବୋଲି କହିଛନ୍ତି ।

Leave A Reply