ଜାଣନ୍ତୁ, ଚତୁର୍ମାସରେ କାହିଁକି ହୁଏ ନାହିଁ ମାଙ୍ଗଳିକ କାର୍ଯ୍ୟ

ଚଳିତ ବର୍ଷ ଜୁଲାଇ ୧୨ ତାରିଖରୁ ହରିଶୟନ ଏକାଦଶୀ ଆରମ୍ଭ ହୋଇଯାଇଛି । ଆଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ବର୍ଷା ୪ ମାସକୁ ଚତୁର୍ମାସ କୁହାଯାଏ । ଶ୍ରାବଣ, ଭାଦ୍ରବ, ଆଶ୍ୱିନ ଓ କାର୍ତ୍ତିକ ଏହି ଚାରି ମାସକୁ ଚତୁର୍ମାସ କୁହାଯାଏ । ଏହି ମାସରେ ବିବାହ ଓ ବ୍ରତଘର ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ । ପ୍ରକୃତରେ ଏହି ଚତୁର୍ମାସ ମାସରେ ବିଷ୍ଣୁ ନିଦ୍ରାରେ ଶୋଇଥାଆନ୍ତି।

ପୌରାଣିକ ମତ ଅନୁଯାୟୀ, ଅସୁରା ରାଜା ବଳି ନିଜର ବଳ ଓ ପରାକ୍ରମ ପାଇଁ ତିନି ଲୋକ ଉପରେ ରାଜୁତି କରୁଥିଲେ । ରାଜା ବଳିର ଆଧିପତ୍ୟ ବିସ୍ତାର ଦେଖି ଇନ୍ଦ୍ର ଦେବତା ସାହାଯ୍ୟ ପାଇଁ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଥିଲେ । ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ଭିକ୍ଷା ମାଗିବା ପାଇଁ ରାଜା ବାଳି ନିକଟରେ ପହଞ୍ଚିଥିଲେ । ଭଗବାନ ବିଷ୍ଣୁ ରାଜା ବାଲିଙ୍କୁ ୩ ପାଦ ଭୂମି ମାଗିଥିଲେ । ତାଙ୍କର ପ୍ରଥମ ପାଦ ଧରିତ୍ରୀ ଓ ଦ୍ବିତୀୟ ପାଦ ଆକାଶ ଉପରେ ରହିଥିଲା । ତୃତୀୟ ପାଦ ପାଇଁ ଆନ୍ୟ କିଛି ସ୍ଥାନ ନଥିଲା ତେଣୁ ବଳି ନିଜ ମଥା ଦେଖାଇଥିଲେ ।

ରାଜା ବଳିର ଭକ୍ତିଭାବ ଦେଖି ଭଗବାନ ବିଷ୍ଣୁ ବହୁତ ପ୍ରସନ୍ନ ହୋଇ ବର ମାଗିବା ପାଇଁ ବାଳିକୁ କହିଥିଲେ । ବଳି ବର ମାଗିଲେ ଭଗବାନ ବିଷ୍ଣୁ ତାଙ୍କ ପାତାଳରେ ବାସ କରନ୍ତୁ । ଭଗବାନ ବିଷ୍ଣୁ ବଳିର ଇଚ୍ଛା ପୂରଣ କରିବା ପାଇଁ ପାତାଳରେ ଯାଇ ରହିଥିଲେ । ଏହାକୁ ନେଇ ସବୁ ଦେବୀ ଦେବତା ଓ ମା’ ଲକ୍ଷ୍ମୀ ଚିନ୍ତିତ ହୋଇ ଯାଇଥିଲେ । ପାତାଳରୁ ଭଗବାନ ବିଷ୍ଣୁଙ୍କୁ ଫେରାଇ ଆଣିବା ପାଇଁ ମା’ ଲକ୍ଷ୍ମୀ ବଳି ନିକଟରେ ପହଞ୍ଚିଥିଲେ । ରାଜା ବଳିଙ୍କୁ ରାକ୍ଷୀ ବାନ୍ଧି ନିଜ ଭାଇ କରିଥିଲେ ଏବଂ ଏହା ବଦଳରେ ଭଗବାନ ବିଷ୍ଣୁଙ୍କୁ ମୁକ୍ତ କରିବା ପାଇଁ ବଚନ ନେଇଥିଲେ ।

କିନ୍ତୁ ଭଗବାନ ବିଷ୍ଣୁ ଭକ୍ତଙ୍କୁ କେବେ ନିରାଶ କରନ୍ତି ନାହିଁ । ସେଥିପାଇଁ ଭଗବାନ ବିଷ୍ଣୁଙ୍କୁ ବରଦାନ ଦେଇଥିଲେ ଯେ, ପ୍ରତି ବର୍ଷ ଆଷାଢ ଶୁକ୍ଳପକ୍ଷ ଏକାଦଶୀରୁ କାର୍ତ୍ତିକ ଏକାଦଶୀ ପର୍ଯ୍ୟନ୍ତ ପାତାଳ ଲୋକରେ ବାସ କରିବେ । ଏହି ୪ ମାସ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହିଥାଆନ୍ତି ବୋଲି କୁହାଯାଏ । ତେଣୁ ଏହି ଚତୁର୍ମାସ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଶୁଭ ହୋଇ ନଥାଏ ବୋଲି ବିଶ୍ବାସ ରହିଛି । ଭଗବାନ ବିଷ୍ଣୁଙ୍କ ନିଦ୍ରା ଯିବା ପରେ ମହାଦେବ ଶିବ ସୃଷ୍ଟିର ପରିଚାଳନା କରିଥାନ୍ତି। ଏହି ମାସରେ ଶିବ ମହାପୁରାଣ ଓ ଶ୍ରୀମଦ୍‍ ଭଗବତ ଗାଥା ଶୁଣିଲେ ବିଶେଷ ଲାଭଦାୟକ ହୋଇଥାଏ।

Comments are closed.