ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ

0

ପୁରୀ: ଶ୍ରୀଜୀଉମାନଙ୍କର ପ୍ରସିଦ୍ଧ ଗଜ ଉଦ୍ଧାରଣ ବେଶ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏହି ବେଶ ଦେଖିବା ଲାଗି ବଡଦେଉଳରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ହୋଇଛି। ଶ୍ରୀଜୀଉମାନଙ୍କ ଭୋଗମଣ୍ଡପ ନୀତି ଶେଷହୋଇ ମଇଲମ କରାଯାଇଥିଲା। ଏହାପରେ ସର୍ବାଙ୍ଗ କରାଯାଇ ସେବକମାନେ ଶ୍ରୀଜୀଉମାନଙ୍କୁ ଗଜଉଦ୍ଧାରଣ ବେଶରେ ସଜ୍ଜିତ କରାଇଥିଲେ। ଶ୍ରୀଜୀଉମାନଙ୍କୁ ଚୂଳ, କିରିଟ ଓ ସ୍ୱର୍ଣ୍ଣ ଅଳଙ୍କାରମାନ ଲାଗି କରାଯାଇଥିଲା। ରତ୍ନ ସିଂହାସନ ଉପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମ କଳିକା ଧରି ରହିଥିବା ବେଳେ ହାତୀର ଶରୀରକୁ ଆକ୍ରମଣ କରିବା ଭଙ୍ଗିରେ ଗୋଟିଏ କୁମ୍ଭୀର ରଖାଯାଇଛି। ଭିତର କାଠ ପାଖରେ ଠିଆହୋଇ ଭକ୍ତମାନେ ଏହି ଆକର୍ଷଣୀୟ ବେଶ ଦର୍ଶନ କରୁଛନ୍ତି। ଦର୍ଶନାର୍ଥୀମାନଙ୍କର ନିରାପତ୍ତା ଲାଗି ବଡଦେଉଳ ପରିସରରେ ସ୍ୱତନ୍ତ୍ର ପୁଲିସ ବନ୍ଦୋବସ୍ତ ଗ୍ରହଣ କରାଯାଇଛି।

Leave A Reply