ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍

ବାଲିପାଟଣା : ମଙ୍ଗଳବାର ଅପରାହ୍ନ ୪ ଟା ବେଳେ ଏକ ଫାଇନାନ୍ସ କମ୍ପାନୀ ଠାରୁ ବନ୍ଧୁକ ଦେଇ ୧ ଲକ୍ଷ ୪୧ ହଜାର ୩ଶହ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନାରୁ ପ୍ରକାଶ ଭୁବନେଶ୍ୱର ସ୍ଥିତ ଉଜ୍ୱବନ ସ୍ମଲ ବ୍ୟାଙ୍କ କର୍ମଚାରୀ ଦିଲ୍ଲୀପ ବେହେରା ବାଲିପାଟଣା ବଳଭଦ୍ରପୁର ଗ୍ରାମର ୧ଲକ୍ଷ ୪୧ ହଜାର ଟଙ୍କା କଲେକ୍ସନ କରି ଭୁବନେଶ୍ୱର ଅଭିମୁଖେ ତାଙ୍କ ବାଇକ୍ ଯୋଗେ ଫେରୁଥିଲେ। ବାଲିପାଟଣା-ଭୁବନେଶ୍ୱର ମୁଖ୍ୟରାସ୍ତା ଠାରୁ ବଳଭଦ୍ରପୁର ଗ୍ରାମକୁ ଯିବା ରାସ୍ତାର ଦୁଇଶହ ମିଟର ଦୂରରେ ଦୁଇଜଣ ଯୁବକ ଏକ କଳାପଲସର ଗାଡିରେ ବିପରୀତ ଦିଗରୁ ଆସି ତାଙ୍କ ମୁଣ୍ଡକୁ ପେଲି ଦେବା ଦ୍ୱାରା ସେ ଗାଡିରୁ ପଡିଯାଇଥିଲେ।ଟଙ୍କା ଥିବା ବ୍ୟାଗଟିକୁ ଦୃବୃର୍ତ୍ତମାନେ ଛଡାଇ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଗାଡିରୁ ପଡିବା ସତ୍ୱେ ଟଙ୍କା ବ୍ୟାଗ୍ଟିକୁ ନ ଛାଡିବାରୁ ସେମାନେ ବନ୍ଧୁକ ବାହାର କରି ତାଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ। ଭୟରେ ଦିଲ୍ଲୀପ ବ୍ୟାଗ ଛାଡି ଦେବାରୁ ସେମାନେ ଟଙ୍କା ବ୍ୟାଗ୍ଟିକୁ ନେଇ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଭୁବନେଶ୍ୱର ଅଭିମୁଖେ ଫେରାର୍ ହୋଇଯାଇଥିଲେ। ଦିଲ୍ଲୀପ ବାଲିପାଟଣା ଥାନରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

Comments are closed.