ଲୁଟେରା ଗିରଫ

0

ଵ୍ରହ୍ମପୁର: ଵ୍ରହ୍ମପୁର ପୁଲିସ ପକ୍ଷରୁ ଏକ ରିକୋଭରୀ ମେଳା ଆୟୋଜନ କରାଯାଇଛି । ଏଥିରେ ଜବତ ହୋଇଥିବା ଚୋରି ସାମଗ୍ରୀକୁ ଲୋକମାନଙ୍କୁ ଫେରାଇ ଦିଆଯାଇଛି । ଅନ୍ୟପକ୍ଷରେ ଗୋଲନ୍ଥରା ଥାନା ପୁଲିସ ହାତରେ ଜଣେ ଲୁଟେରା ଧରାପଡିଛି । ଗିରଫ ଲୁଟେରା ପ୍ରଭାକର ପ୍ରଧାନ ଓ ତାର ଘର କନ୍ଧମାଳ ଜିଲ୍ଲା ଟିକାବାଲିରେ ବୋଲି ଜଣାପଡିଛି । ଗିରଫ ପ୍ରଭାକର ନିକଟରୁ ୧୩ଟି ଏଟିଏମ୍ କାର୍ଡ ସହ ଦୁଇ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ନିକଟରେ ପ୍ରଭାକରକୁ ପୁଲିସ ଗିରଫ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରୁ ଚମ୍ପଟ ମାରିଥିଲା ।

Leave A Reply