ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ ଅଭିଯୋଗ

ଟିଟଲାଗଡ଼ : ସଇନ୍ତଲା ଥାନା ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ସଇନ୍ତଲା ଥାନା ଅନ୍ତର୍ଗତ ଘୁନସର ଗ୍ରାମର ବିନୋଦ ମହାନନ୍ଦ ସୋମବାର ଦିନ ପ୍ରାୟ ୧ଟା ସମୟରେ ସଇନ୍ତଲା ଷ୍ଟେଟବ୍ୟାଙ୍କ ଶାଖାରୁ ୮୦ ହଜାର ଟଙ୍କା ଉଠାଇ ଥିଲେ । ସେ ସେଠାରୁ ନିଜ ଗ୍ରାମ ଅଭିମୁଖେ ଯିବା ବେଳେ ଜାତୀୟ ରାଜପଥ ୨୬ବଲାଙ୍ଗୀର ଭବାନୀପାଟଣା ରାସ୍ତାର ବରଗାଁ ଛକ ଓମ ହୋଟେଲ ଠାରେ ଅଟକି ଥିଲେ । ସେ ହୋଟେଲ ଭିତରକୁ ପ୍ରବେଶ କରି ଥିବା ବେଳେ ଦୁର୍ବୃତ୍ତ ବାଇକ୍ ଡିକିରେ ଥିବା ଟଙ୍କା ନେଇ ଚମ୍ପଟ ମାରିଥିଲେ । ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ଥାଇ ବିନୋଦଙ୍କ ଗତିବିଧି ଉପରେ ନଜର ରଖିଥିବା ବ୍ୟାଙ୍କ ସିସିଟିଭିରୁ ସ୍ପଷ୍ଟ ହୋଇଛି । ବରଗାଁ ଛକ ଓମ ହୋଟେଲ ଠାରେ ବାଇକରୁ ସେହି ଲୋକମାନେ ଡିକି ଭାଙ୍ଗି ଟଙ୍କା ଲୁଟ କରିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି । ଏନେଇ ବିନୋଦଙ୍କ ଅଭିଯୋଗ କ୍ରମେ ସଇନ୍ତଲା ପୁଲିସ୍ ଏକ ମାମଲା ରୁଜୁ କରିଛି ।

Comments are closed.