ବନ୍ଧୁକ ଦେଖାଇ ବ୍ୟାବସାୟୀଙ୍କ ଠାରୁ ଲୁଟ୍ ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲା ଗୋବିନ୍ଦାପଲ୍ଲୀ ଘାଟିରେ ଗତକାଲି ବିଳମ୍ବିତ ରାତିରେ ଡ଼କାୟତ ମାନେ ବନ୍ଧୁକ ଦେଖାଇ ବ୍ୟାବସାୟୀଙ୍କଠାରୁ ଟଙ୍କା, ସୁନା ଓ ମୋବାଇଲ ଲୁଟି ନେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମାଲକାନଗିରିର ପ୍ରତିଷ୍ଠିତ ବ୍ୟବସାୟୀ ବାବୁ ରାଓ, ପୂର୍ବତନ କାଉନସିଲର ବଲରାଜୁ ଏକ ବୋଲେରୋ ଗାଡ଼ିରେ ଗତକାଲି ବିଳମ୍ବିତ ରାତିରେ ଜୟପୁର ଠାରୁ ଫେରୁଥିବା ବେଳେ ଗୋବିନ୍ଦାପଲ୍ଲୀ ଠାରୁ ୩କି.ମି ପୂର୍ବରୁ ରାସ୍ତା ମଧ୍ୟରେ ଗଛ ପକାଇ ଅବରୋଧ କରିବା ସହ ଗାଡ଼ି ଅଟକାଇ ପ୍ରାୟ ୧୫ଜଣ ଯୁବକ ଗାଡିକୁ ଘେରି ରହିଥିଲେ ଏବଂ ଖଣ୍ଡା ଏବଂ ବନ୍ଧୁକ ଦେଖାଇ ଡ୍ରାଇଭରକୁ ଭୟଭିତ କରେଇ ପଚାଶ ହଜାର ନଗଦ, ସୁନା ମୁଦି, ୫ଟି ମୋବାଇଲ ଲୁଟି ନେଇଥିଲେ। ଶ୍ରୀ ରାଓ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିବା ଜଣାପଡିଛି। ଦେବେ ଘଟଣା ସ୍ଥଳରୁ ୫କି.ମି ଦୂରରେ ବି.ଏସ.ଏଫ କ୍ୟାମ୍ପ ଓ ଥାନା ଥିବାବେଳେ ଡ଼କାୟତ ମାନେ କିଭଳି ଏହି କାଣ୍ଡ ଭିଆଇଲେ ସେଥିପାଇଁ ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମାଲକାନଗିରି ଏସପି ଘଟଣା ବିଷୟରେ ସୂଚନା ପାଇବା ପରେ ମାଥିଲି ପୁଲିସ୍ ଦ୍ୱାରା ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.