ପେଟ୍ରୋଲ ପମ୍ପରୁ ଲୁଟ ଅଭିଯୋଗ

0

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ଗଡ଼ିଆଯୋର ପାଖରେ ଥିବା ଏକ ପେଟ୍ରୋଲ ପମ୍ପରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି। ଦୁଇଟି ବାଇକରେ ଆସିଥିବା ୫ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରେ ଥିବା ଲୋକଙ୍କୁ ଆତଙ୍କିତ କରିଥିଲେ। ସୂଚନା ଯୋଗ୍ୟ, ଦୁର୍ବୃତ୍ତଙ୍କ ମାଡ଼ରେ ପେଟ୍ରୋଲ ପମ୍ପ ମ୍ୟାନେଜର ଆହତ ହୋଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply