ଦୋକାନ ଉପରେ ବୋମାମାଡ଼ କରି ଲୁଟି ନେଲେ ଦୁର୍ବୃତ୍ତ

0

ପୁରୀ : ଦିନଦ୍ବିପ୍ରହରରେ ଦୋକାନ ଉପରେ ବୋମାମାଡ଼ କରି ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପୁରୀ ଜିଲା ବ୍ରହ୍ମଗିରି ସ୍ଥିତ ପଲଙ୍କ ଗାଁରୁ ଆସିଛି । ରବିବାର ଦୁର୍ବୃତ୍ତମାନେ ଏକ ଦୋକାନ ଉପରକୁ ପ୍ରଥମେ ବୋମାମାଡ କରିଥିଲେ । ପରେ ଦୋକାନ ଭିତରେ ପଶି ୧୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ବୋମାମାଡର କାରଣ ଜଣାପଡିନଥିବା ବେ​‌ଳେ ପୂର୍ବ ଶତ୍ରୁତା ବା ନିର୍ବାଚନର ପାକ୍ ହିଂସା ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply