ନୟାଗଡ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

0

ନୟାଗଡ: ଦିନ ଦ୍ବିପହରେ ଦୁଇଟି ବ୍ୟାଙ୍କରୁ ଲୁଟିଲେ ଲୁଟେରା । ଅନୁଗୁଳ ପରେ ନୟାଗଡର ଏକ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ହୋଇଥିବା ସୂଚନା ମିଳିଛି । ରଣପୁର ବ୍ଳକ୍ କୋଇଲି ମା ଶାଖା ଗ୍ରାମ୍ୟ ବ୍ୟାଙ୍କରୁ ନଗଦ ୮୦ ହଜାର ଟଙ୍କା ଓ ୨୫୫ଟି ସୁନା ଗହଣା ପ୍ୟାକେଟ୍ ଲୁଟି ନେଇଥିବା ଏଯାବତ୍ ଆକଳନରୁ ଜଣାପଡିଛି ।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ସଶସ୍ତ୍ର ଲୁଟେରାମାନେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ବନ୍ଧୁକ ଓ ମାରଣସ୍ତ୍ର ଦେଖାଇ ବ୍ୟାଙ୍କ ଭିତରେ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ଏକ ରୁମରେ ବନ୍ଦ କରିଦେଇଥିଲେ । ପରେ ବ୍ୟାଙ୍କର ଏକ କାଉଣ୍ଟରରୁ ନଗଦ ୮୦ ହଜାର ଟଙ୍କା ଏବଂ ୨୫୫ଟି ସୁନା ଗହଣା ପ୍ୟାକେଟ୍ ନେଇ ଚମ୍ପଟ ମାରିଥିଲେ । ସୁନା ଗହଣାର ଅନୁମାନକ ମୂଲ୍ୟ ୮୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।  ପରେ ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବନ୍ଦ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ଉଦ୍ଧାର କରିବା ସହ ଛାନଭିନ୍ ଚଳାଇଛି । ପୁଲିସ ଓ ବ୍ୟାଙ୍କର ଉଚ୍ଚପଦସ୍ଥ କର୍ମଚାରୀ ଉପସ୍ଥିତିରେ ଲୁଟ୍ ହୋଇଥିବା ସୁନାର ଆକନଳ କରାଯାଉଛି । ତେବେ ଉଭୟ ବ୍ୟାଙ୍କରେ ସମାନ ଢଙ୍ଗରେ ଲୁଟ୍ ହୋଇଥିବା ଜଣାପଡିଛି ।

Leave A Reply