ହାତଗୋଡ ବାନ୍ଧି ଲୁଟି ନେଲେ ସୁନା ଅଳଙ୍କାର

0

ଭୁବନେଶ୍ବର : କାନନବିହାରରେ ଜଣଙ୍କ ଘରୁ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଲୁଟେରାମାନେ ଘରେ ପଶି ପରିବାର ସଦସ୍ୟଙ୍କୁ ଭୟଭୀତ କରି ସେମାନଙ୍କ ହାତଗୋଡ ବାନ୍ଧି ପକାଇଥିଲେ। ତାପରେ ଲୁଟେରାମାନେ ଘରୁ ୨୫୦ ଗ୍ରାମର ସୁନା ଅଳଙ୍କାର ଲୁଟ କରି ନେଇଛନ୍ତି। ଏହାସହ ସେମାନେ ଘରର କିଛି ଦାମୀ ଆସବାବପତ୍ର ନେଇ ଯାଇଥିବା କୁହାଯାଉଛି। ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply