ବୋମାମାଡ କରି ଟଙ୍କା ଲୁଟ

0

ନୟାଗଡ : ବୋମା ମାଡ କରି ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ ଭ୍ୟାନକୁ ବୋମା ମାଡ କରି ଟଙ୍କା ବାକ୍ସ ଲୁଟ କରି ନେଇଛନ୍ତି। ଭ୍ୟାନଟି ଏଟିଏମ୍‌କୁ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ବେଳେ ରାସ୍ତାରେ ଲୁଟ ହୋଇଛି। ଖଣ୍ଡପଡା-ନୟାଗଡ ରାସ୍ତାର କଇଥପଲ୍ଲୀ ନିକଟରେ ଏହି ବୋମାମାଡ ହୋଇଛି। ବୋମାମାଡରେ ଜଣେ ଗୁରୁତର ହୋଇଥିବାର ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply