କାର କାଚ ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ୍‌

0

ଝାରସୁଗୁଡ଼ା : ଝାରସୁଗୁଡ଼ା ତହସିଲଦାର ଅଫିସ ସମ୍ମୁଖରେ ଏକ କାରର କାଚ ଭାଙ୍ଗି ଦୁର୍ବୃତ୍ତମାନେ ୩ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି। ସୂଚନା ଅନୁଯାୟୀ, ଶିକ୍ଷକ ସୁରେଶ ଚନ୍ଦ୍ର ସାଗର ସୋମବାର ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇଥିଲେ। ନିଜ କାରରେ ଟଙ୍କା ରଖି ସେ ତହସିଲ ଅଫିସକୁ କୌଣସି କାମରେ ଆସିଥିଲେ। ପରେ ଦୁଇ ଜଣ ଦୁର୍ବୃତ୍ତ ଗୋଟେ ବାଇକରେ ଆସି କାରର କାଚ ଭାଙ୍ଗି ଟଙ୍କା ଲୁଟ୍‌ କରି ଘଟଣାସ୍ଥଳରୁ ପଳାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିନ ସମୟରେ ଏପରି ଲୋକ ଗହଳି ସ୍ଥାନରେ ଲୁଟ୍‌ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।

Leave A Reply