ଡ଼ିପିସି କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ

0

ବଣେଇ : ବଣେଇ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଗ୍ରାମ ନିକଟରେ ଡ଼ିପିସି କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗୁରୁଣ୍ଡିଆ ରୁ ବଣେଇ ହୋଇ ସୁନ୍ଦରଗଡ଼ ଯାଉଥିବା ଏକ ବୋଲେରୋ ଗାଡ଼ିକୁ ଦୁର୍ବୃତ୍ତମାନେ ଅଟକାଇ ଥିଲେ। ଏହା ପରେ ବୋଲେରୋ ଗାଡ଼ି ସହ ମୋବାଇଲ ଓ ଏଟିଏମ କାର୍ଡ଼ ଲୁଟିଥିବା ଅଭିଯୋଗ ହୋଇଛି। ବୋଲେରୋ ଗାଡ଼ିଟି ସୁନ୍ଦରଗଡ଼ର ଡ଼ିପିସି କାର୍ଯ୍ୟାଳୟର ଥିଲା। ଏହି ଗାଡିରେ ଡ଼୍ରାଇଭର ସମେତ କାର୍ଯ୍ୟାଳୟର ୨ଜଣ ଅଧିକାରୀ ଥିବା ସୂଚନା ମିଳିଛି।

Leave A Reply