ଏଟିଏମ ଭାଙ୍ଗି ଟଙ୍କା ଲୁଟ

0

ନୀଳଗିରି : ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରରେ ଥିବା ଆକ୍ସିସ ବ୍ୟାଙ୍କର ଏଟିଏମ ଲୁଟ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଗ୍ୟାସ କଟରରେ କାଟି ୧୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ ପରେ ଦୁର୍ବୃତ୍ତମାନେ ୨ଟି ଗ୍ୟାସ୍ ଟାଙ୍କି ଛାଡ଼ି ଯାଇଛନ୍ତି। ନୀଳଗିରି ଏସଡ଼ିପିଓ ସୁଦାମ ସାହୁ, ଆଇଆଇସି ନଳିତା ମୋଦି ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜରୁ ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ବଜାରରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ସହ ଏଟିଏମ କାଉଣ୍ଟରରେ ସିକ୍ୟୁରିଟି ବ୍ୟବସ୍ଥା କରାଯିବାକୁ ଅଞ୍ଚଳରେ ଦାବି କରିଛନ୍ତି।

Leave A Reply