୩୭ ଲକ୍ଷ ଟଙ୍କା ସହ ସୁନା ଜବତ, ଜଣେ ଗିରଫ

0

ଟିଟଲାଗଡ଼ : ଟିଟଲାଗଡ଼ ହାଇସ୍କୁଲ ପଡ଼ାରୁ ୩୭ ଲକ୍ଷ ଟଙ୍କା ଓ ଅଧ କି.ଗ୍ରା ସୁନା ଜବତ ହୋଇଛି । ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ଟିଟଲାଗଡ଼ ହାଇସ୍କୁଲ ପଡ଼ାର ଲୋକନାଥ କୁମ୍ଭୀର। ରାଜ୍ୟର ବିଭିନ୍ନ ଥାନାରେ ଅଭିଯୁକ୍ତ ନାଁରେ ୧୯ଟି ଡ଼କାୟତି ମାମଲା ରହିଛି। ଡ଼କାୟତି ମାମଲାରେ ଅଭିଯୁକ୍ତ ଫେରାର ଥିଲା। ରବିବାର ବିଳମ୍ବିତ ରାତିରେ ପୁଲିସ ସୂଚନା ପାଇ ଅଭିଯୁକ୍ତକୁ ଗିରଫ କରିଛି। ଡ଼କାୟତି ମାମଲାରେ ଅନ୍ୟ ୬ ଜଣ ଗିରଫ ହୋଇଥିବା ବେଳେ ଲୋକନାଥ କୁମ୍ଭୀର ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ମିଳିଛି।

Leave A Reply