ଡାକ୍ତରାଣୀଙ୍କ ଘରୁ ୨୦ଲକ୍ଷ ଟଙ୍କାର ଗହଣା ଲୁଟ

0

ଭଦ୍ରକ: ଡାକ୍ତରାଣୀଙ୍କ ଘରୁ ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା ଟାଉନ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ ଭଦ୍ରକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରାଣୀ ସସ୍ମିତା ଖିଲାର ରହୁଥିଲେ। ସେ ସୋମବାର ରାତିରେ ଶୋଇଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କ ରୋଷେଇ ଘରର ଗ୍ରିଲ ଭାଙ୍ଗି ଘରେ ପଶିଥିଲେ। ମହିଳା ଜଣକ ବିଳମ୍ବିତ ରାତିରେ ଉଠି ଦେଖିବାରୁ ତାଙ୍କ ବେଡରୁମରେ ଥିବା ଆଲମାରୀ ଖୋଲା ହୋଇରହିଥିଲା। ତାଙ୍କ ଘରୁ ନଗଦ ୧୪ହଜାର ଟଙ୍କା, ୫ଟି ସୁନାହାର, ୬ହଳ କାନଫୁଲ, ଗୋଟିଏ ହୀରା ଖଚିତ କାନଫୁଲ ଇତ୍ୟାଦି ଚୋରି ହୋଇଛି। ଏନେଇ ସେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

Leave A Reply