ଚଳନ୍ତା ଟ୍ରେନରୁ ୮ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍‌

0

ବାଲେଶ୍ବର: ଚଳନ୍ତା ଟ୍ରେନରୁ ୮ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି । ଖଡ଼ଗପୁର ଡ଼ିଭିଜନ ସବିରା ଷ୍ଟେସନ ମାର୍କୋଣା ମଧ୍ୟରେ ଏହି ଲୁଟପାଟ ହୋଇଥିବା ଜଣାପଡିଛି । ଗତକାଲି ହାଓଡ଼ା ଅପ ବାଘାଯତିନ ଟ୍ରେନ ସବିରା ଷ୍ଟେସନରେ ଅତିକ୍ରମ କରୁଥିବା ବେଳେ ୧୪ଗୋଟି ଲୁଗା ଯୋଡ଼ା ବଣ୍ଡିଲ ଚଳନ୍ତା ଟ୍ରେନରୁ ଟ୍ରେନ ଲାଇନ କଡ଼କୁ ଚୋରମାନେ ଫିଙ୍ଗି ଦେଲେ । ପରେ ସବିରା ଅଞ୍ଚଳରେ ରାତିରେ ଏକ ଟ୍ରକ ରହିବା ଦେଖି ଲୋକ ମାନେ ସନ୍ଦେହରେ ୨ଜଣ ଧରିବା ପରେ ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାକୁ ନେଇ ବାଲେଶ୍ୱର ଆରପିଏଫ ତନାଘନା ଆରମ୍ଭ କରିଛି । ଲୋକେ ଧରିଥିବା ଯୁବକଙ୍କ ନିସ୍ତୁକ ଛେଚିଥିବା ଜଣାପଡିଛି ।

ସବିରା ଷ୍ଟେସନ ମାର୍କୋଣା ଷ୍ଟେସନ ମଧ୍ୟ ୫ଟି ବଣ୍ଡି ଲୁଗା ଓ ଯୋତା ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୯ଟି ବଣ୍ଡିର ପତ୍ତା ମିଳୁନାହିଁ । ଟ୍ରେନରେ ମାଲପରିବହନ ଦାୟିତ୍ୱରେ ସନ୍ତୋଷ ଓ ତାର କୌଣସି କର୍ମଚାରୀ ଟ୍ରେନରେ ଆସି ନ ଥିଲେ ।

Leave A Reply