ଅାନ୍ତଃରାଜ୍ୟ ଲୁଟେରା ଗିରଫ

0

ଯାଜପୁର: ଯାଜପୁର ଏସଡ଼ିପିଓ ପ୍ରଶାନ୍ତ ମଲ୍ଲଙ୍କ ନେତୃତ୍ବରେ ଥାନା ଅଧିକାରୀ ପି.କେ ସାହୁ, ମାନସ ଚକ୍ରଙ୍କୁ ନେଇ ଗଠିତ ଏକ ଟିମ୍ ୩ଜଣ ଅାନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ୍ କରିଛନ୍ତି । ସେମାନଙ୍କଠାରୁ ୨ଟି ପଲସେର ବାଇକ, ୫ଟି ମୋବାଇଲ, ଗୋଟିଏ ଭୁଜାଲି ଓ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଏମାନଙ୍କ ନାମରେ ଯାଜପୁର, କୁଆଖିଆ ଓ ଚାନ୍ଦବାଲି ଥାନାରେ ୮ଟି ଲୁଟ ମାମଲାରେ ରହିଥିବା ପୁଲିସ କହିଛି । ଅନ୍ୟ ୨ଜଣ ଫେରାର ଅଛନ୍ତି । ଏମାନେ ୮ଲକ୍ଷ ଟଙ୍କା ଲୁଟିଥିଲେ ।

ସେମାନେ ହେଲେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ସିଂ ସତ୍ୟନାରାୟଣ, ଯାଜପୁର ଜଖପୁରର ମଣି ପ୍ରଧାନ, ଗକ୍ୱାରଂ ସ୍ଥିତ ଗୋଦାବରୀ ଜ଼ିଲ୍ଲାର ଏମ.ନନୀ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି ।

Leave A Reply