କନ୍ଧମାଳ ଲୁଟ ଘଟଣାର ପର୍ଦ୍ଦାଫାସ; ଅଭିଯୁକ୍ତକାରୀ ନିଜେ ଲୁଟେରା

0

କନ୍ଧମାଳ: କନ୍ଧମାଳରେ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ମାମଲାର ପର୍ଦ୍ଦାଫାସ ହୋଇଛି । ଲୁଟର ଅଭିଯୋଗ କରିଥିବା ଲୋକ ନିଜେ ଲୁଟେରା ବୋଲି ଜଣାପଡିଛି । ଏହି ଘଟଣା​‌ରେ ମୁଖ୍ୟ ଅଭିଯୁକ୍ତ ଗୁଡ୍ ସେଫର୍ଡ ଇଠରାଜୀ ମାଧ୍ୟମ ବିଦ୍ୟାଳୟ ମ୍ୟାନେଜର ଏମଡି ନୁରାଲିଙ୍କୁ ପୁଲିସ ଗିରଫ କରିଛି । ଗିରଫ ବେଳେ ତାଙ୍କ ନିକଟରୁ ୭ଟି ବ୍ୟାଙ୍କ ବହି ଜବତ ହୋଇଛି । ସେଥି ମଧ୍ୟରୁ ଗୋଟିଏ ତାଙ୍କ ପତ୍ନୀଙ୍କର ବୋଲି ଜଣାପଡିଛି । ଏନେଇ ଦାରିଙ୍ଗିବାଡି ପୁଲିସ ଗଣମାଧ୍ୟରେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୩ ତାରିଖରେ ବିଦ୍ୟାଳୟ ଟଙ୍କା ଡିପୋଜିଟ ପାଇଁ ଯାଇଥିବା କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ୨୩ ହଜାର ଟଙ୍କା ଲୁଟି ନେଇଥିବା ଏମଡି ନୁରାଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଖୋଳତାଡ କରିବା ପରେ ମୁଖ୍ୟ ଅଭିଯୁକ୍ତ ନିଜେ ଅଭିଯୁକ୍ତକାରୀ ବୋଲି ଜଣାପଡିଛି ।

Leave A Reply