ସାର ଦୋକାନରୁ ଲୁଟ୍ ଅଭିଯୋଗ

ପାଟଣା: ଆଜବେଷ୍ଟସ ଭାଙ୍ଗି ଏକ ସାର ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଆଜବେଷ୍ଟସ ଭାଙ୍ଗି କିଛି ଦୁର୍ବୃତ୍ତମାନେ ଦୋକାନ ଘରେ ପଶି ଡ୍ରୟର ତାଲା ଭାଙ୍ଗି ସେଥିରେ ଥିବା ନଗଦ ୬ ହଜାର ୫ ଶହ ଟଙ୍କା  ଲୁଟି ନେଇଛନ୍ତି। ଏନେଇ ଶନିବାର ସକାଳେ ଜଣାପଡିଲା ପରେ ଦୋକାନ ମାଲିକ ଚିତ୍ତରଞ୍ଜନ ଦାଶ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଛାନଭିନ୍ ଜାରି ରଖିଛି। ତେବେ ପାଟଣା ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ଦୋକାନୀମାନଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖା ଦେଇଛି। ଅଞ୍ଚଳରେ ରାତ୍ର କାଳୀନ ପାଟ୍ରୋଲିଂ ସହିତ ଖୁବ ଶୀଘ୍ର ଚୋରଙ୍କୁ ଧରିବା ପାଇଁ ସ୍ଥାନୀୟଲୋକ ଦାବି କରିଛନ୍ତି।

Comments are closed.