ଘରେ ପଶି କଳାକନା ବୁଲାଇଲେ ଲୁଟେରା

ରାଉରକେଲା: ସୁନ୍ଦରଗଡ ଜିଲା ରାଉରକେଲାର ସେକ୍ଟର-୧୯ସ୍ଥିତ ବି୧୭୧ରେ ରହୁଥିବା ଦମନ ତ୍ରିପାଠୀଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଝିଅ ବିବାହ ପାଇଁ ଘରେ ରଖିଥିବା ୬ ଲକ୍ଷ ଟଙ୍କାର ସୁନା ଓ ନଗଦ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଦମନ ତ୍ରିପାଠୀ ଝିଅ ବିବାହ ପାଇଁ ଘରେ ରଖିଥିବା ସୁନା ଓ ନଗଦ ଟଙ୍କା ରଖିଥିଲେ। ଶନିବାର ଘର ଲୋକ ସମସ୍ତେ ଭୁବନେଶ୍ବର ଯାଇଥିବା ବେଳେ ଏହାର ସୁଯୋଗ ନେଇ ତାଙ୍କ ଘରେ ଚୋର ପଶି କଳା କଳାକନା ବୁଲେଇ ଦେଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି।

Comments are closed.