ମଦ, ମାଂସର ଭୋଜି ପରେ ସୋ’ରୁମ୍‌ ରୁ ଲୁଟ୍; ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ବର: ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ ଅଞ୍ଚଳରୁ ଅଭିନବ ଉପାୟରେ ଲୁଟ୍ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏୟାରପୋର୍ଟ ଅଞ୍ଚଳରେ ଥିବା ଏକ ମାର୍ବଲ ସୋ’ରୁମରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଆଜବେଷ୍ଟକୁ କାଟି ସୋ’ରୁମ୍ ଭିତରେ ପଶିଥିଲେ। ସୋ ରୁମ୍ ଭିତରେ ମଦ ଓ ମାଂସର ଆସର ଜମାଇବା ପରେ ଲୁଟେରାମାନେ ଟଙ୍କା ଲୁଟ୍ କରିଥିଲେ। ସୋ’ରୁମ୍ ଭିତରେ ଲାଗିଥିବା ସିସିଟିଭିରେ ଲୁଟେରାଙ୍କ ସମସ୍ତ କାର୍ଯ୍ୟକଳାପ ରେକର୍ଡ ହୋଇଛି। ସିସିଟିଭି ଫୁଟେଜ୍ ଆଧାରରରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Comments are closed.