ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଲୁଟ୍ ଅଭିଯୋଗ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଦିବ୍ୟବିହାରରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘରେ ବୃଦ୍ଧ ଦମ୍ପତ୍ତିଙ୍କୁ ତରଲା ପକାଇ ଲୁଟେରାମାନେ ସୁନା ଗହଣା ସମେତ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ସାମନ୍ତରାପୁର ଦିବ୍ୟବିହାରରେ ରହୁଥିବା ବ୍ୟାଙ୍କ ମ୍ୟାନେଜର ବିଷ୍ଣୁଚରଣ ପଲାଇଙ୍କ ଘରେ ୫ରୁ ୭ଜଣ ଲୁଟେରା ଭାଙ୍ଗି ପଶିଥିଲେ। ଶବ୍ଦ ଶୁଣି ବିଷ୍ଣୁଚରଣ ଓ ତାଙ୍କ ପତ୍ନୀ ଉଠି ପଡିବାରୁ ବନ୍ଧୁକ ଦେଖାଇ ସେମାନଙ୍କୁ ଭୟଭୀତ କରିବା ସହ ଏକ ଘରେ ବନ୍ଦ କରିଦେଇଥିଲେ। ପରେ ଘରେ ଥିବା ସମସ୍ତ ସୁନା ଗହଣା, ନଗଦ ଟଙ୍କା ଓ ମୂଲ୍ୟବାନ ଜିନିଷ ଲୁଟି ନେଇଥିଲେ। ଏନେଇ ବ୍ୟାଙ୍କ ମ୍ୟାନେଜର ବିଷ୍ଣୁଚରଣ ପଲାଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.