ସାଢେ ୬ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ରାଉରକେଲା : ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ସୋମବାର ଏକ ବଡ଼ ଧରଣର ଲୁଟ ହୋଇଛି। ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଜଣେ ଘରୋଇ କମ୍ପାନୀ କର୍ମଚାରୀ ରଞ୍ଜନ ଧଳଙ୍କ ଠାରୁ ପ୍ରାୟ ସାଢେ ୬ ଲକ୍ଷଟଙ୍କା ଲୁଟ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ରଞ୍ଜନ ଶ୍ରମିକଙ୍କୁ ଟଙ୍କା ଦେବା ପାଇଁ ଉଦିତନଗରରେ ଥିବା ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ୨ଜଣ ଦୁର୍ବୃତ୍ତ ଏହି ଲୁଟ କରିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ସେ ପୁଲିସକୁ ଖବର ଦେଇଛନ୍ତି।

Comments are closed.