ଦିନ ଦ୍ୱିପ୍ରହରରେ ଲୁଟ୍; ଦୋକାନୀ ହାତରୁ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ୍

ଯାଜପୁର: ଯାଜପୁର ସହରରେ ଲୁଟେରା ଆତଙ୍କ ଦେଖିବାକୁ ମିଳିଛି । ଦିନ ଦ୍ୱିପ୍ରହରରେ ଜଣେ ଅଳଙ୍କାର ଦୋକାନୀ ହାତରୁ ସୁନା ଗହଣା ବ୍ୟାଗ ଝାମ୍ପି ନେଇ ଲୁଟେରା  ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଯାଜପୁର ସହରର ବିରଜା ହାଟ ନିକଟରେ ଘଟଣା ଘଟିଛି ।

ସୂଚନାଯୋଗ୍ୟ, ପ୍ରତ୍ୟେକ ରାତ୍ରିରେ ରମାକାନ୍ତ ମୂଲ୍ୟବାନ ଅଳଙ୍କାରକୁ ନିଜ ଘରକୁ ନେଇ ଯାଆନ୍ତି ଏବଂ ସକାଳୁ ଆସିବା ବେଳେ ନିଜ ଦୋକାନକୁ ଆଣିଥାନ୍ତି । ପଣ୍ଡା ଜୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା ପ୍ରତିଦିନ ଭଳି ଆଜି ଦୋକାନ ଖୋଲିବାକୁ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଦୁଇ ଜଣ ଲୁଟେରା ଗୋଟିଏ କଳା ପଲସରରେ ଆସି ତାଙ୍କ ହାତରୁ ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଫେରାର ହୋଇଯାଇଥିଲେ । ଉକ୍ତ ବ୍ୟାଗରେ ୫୦୦ ଗ୍ରାମ ସୁନା ଓ ୨ କେଜି ରୁପା ଅଳଙ୍କାର ଥିବା ଅଭିଯୋଗ ହୋଇଛି । ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.